ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଓଡ଼ିଶାର ଶାସନ ଓଡ଼ିଆରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଓଡ଼ିଆ ସରକାରୀ ଭାଷା ଆଇନ, ୧୯୫୪ର ପ୍ରୟୋଗ କରାଯିବ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ଜନସାଧାରଣ ଚଳାଇଥିବା ଆନ୍ଦୋଳନ ପ୍ରତି ଉପଯୁକ୍ତ ସମ୍ମାନ ଦେଇ ସରକାର ଏକ ଭାଷା ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ମନ୍ତ୍ରୀମଣ୍ଡଳର ୫ଜଣ ସଦସ୍ୟ ଓ ଓଡ଼ିଆ ଭାଷା ସଂଗ୍ରାମ ସମିତିର ୭ଜଣ ସଦସ୍ୟଙ୍କ ସମେତ ଭାଷାତତ୍ତ୍ୱବିତ୍‌ ଡକ୍‌ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ତଥା ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନଙ୍କୁ ଏକ କମିଟି ଗଠନ ହୋଇଅଛି। ଏହି କମିଟିର ପ୍ରଥମ ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି ୱେବ୍‌ସାଇଟ୍‌ ପ୍ରସ୍ତୁତ। ଏଥିରେ ଓଡ଼ିଆ ଭାଷାର ପ୍ରୟୋଗ ବ୍ୟବସ୍ଥା ସମେତ, ପ୍ରୟୋଗ କ୍ଷେତ୍ରରେ କୌଣସି ତୃୁଟି ବିଚ୍ୟୁତି ପରିଲକ୍ଷିତ ହେଲେ, ଜନ ସାଧାରଣ ତାହା ସରକାରଙ୍କ ସଂପୃକ୍ତ ବିଭାଗକୁ ଅବଗତ କରାଇପାରିବାର ବ୍ୟବସ୍ଥା ରହିଛି | ଏ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ କରି ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଇବାର ବ୍ୟବସ୍ଥା ବି ରହିଛି।

ଏହି ପୃଷ୍ଠଭୂମିରେ ରାଜ୍ୟବାସୀ ଜନସାଧାରଣଙ୍କୁ ଏହି ୱେବ୍‌ସାଇଟ୍‌କୁ ଆମେ ସ୍ୱାଗତ କରୁଅଛୁ।